ଐତିହାସିକ କଟକ ବାଲିଯାତ୍ରାର ଆଜି ତୃତୀୟ ଦିନ; ଖାଦ୍ୟର ମାନ ନେଇ ଚାଲିଛି ଯାଞ୍ଚ

ଓଏଲ୍ ବ୍ୟୁରୋ: ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ମଧ୍ୟରେ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ଐତିହାସିକ ବାଲିଯାତ୍ରାର ପ୍ରଥମ ଦିନରୁ ହିଁ ଲୋକଙ୍କ ମଧ୍ୟରେ ଉତ୍ସାହ ବହୁତ ଅଧିକା ଥିବା ଜଣାପଡିଛି। ତେବେ ଜନ ସମାଗମକୁ ନଜରରେ ରଖି ଖାଦ୍ୟର ମାନ ଓ ରଙ୍ଗ ଆଦି ଅପମିଶ୍ରଣ ନେଇ ଚାଲିଛି ଯାଞ୍ଚ। କଟକ ବାଲିଯାତ୍ରାରେ ଥିବା ଫୁଡ୍ ଷ୍ଟଲ୍ରେ ସିଏମ୍ସି ପକ୍ଷରୁ ଯାଞ୍ଚ କରାଯାଇଛି। ବିଭିନ୍ନ ଫୁଡ୍ ଷ୍ଟଲରେ ସିଏମ୍ସି ଫୁଡ୍ ସେଫ୍ଟି ଅଫିସର ଯାଞ୍ଚ କରିଛନ୍ତି।
ଚଳିତ ବର୍ଷ ବାଲିଯାତ୍ରାରେ ୧୨୦୦ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲିଛି। ପ୍ରଥମ ଦିନରେ ଲୋକଙ୍କ ଓରମାସ ଓ ମିଶନ ଶକ୍ତିର ଷ୍ଟଲ ଦୃଷ୍ଟି ଆକର୍ଷଣ କରିଛି। ପାଗ ଅନୁକୂଳ ଥିବାରୁ ଉଦଘାଟନୀ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଐତିହାସିକ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି।