Odisha Link
Bridging the Missing Links in Odisha

ରତ୍ନଭଣ୍ଡାର ଲେଜର ସ୍କାନିଂର ଆଜି ଦ୍ୱିତୀୟ ଦିନ; ଚାଲିଛି ଥ୍ରୀ-ଡି ସ୍କାନିଂ

ଓଏଲ୍‌ ବ୍ୟୁରୋ: କାଲିଠୁ ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ। ପ୍ରଥମ ଦିନରେ ଅମୁହାଁ ଦେଉଳର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ଶେଷ ହୋଇଛି। ଆଜି ବାହାର କାନ୍ଥର ଲେଜର ସ୍କାନିଂ ହେବ। ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ ଉତ୍ତୋଳନ କରାଯାଉଛି।ଏହା ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ତଥ୍ୟ ଦେବ ଓ ରିପୋର୍ଟ ପରେ ପରବର୍ତୀ ନିଷ୍ପତି ନିଆଯିବ।

ଯାଞ୍ଚ ପାଇଁ ଏଏସ୍‌ଆଇର ଏକ ସ୍ୱତନ୍ତ୍ର ବୈଷ୍ୟୟିକ ଟିମ୍‌ ଅନୁସନ୍ଧାନ ଆରମ୍ଭ କରିଛି। ସ୍ୱତନ୍ତ୍ର ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପନ୍ନ ଥ୍ରୀଡି ରୋଟେଟିଂ ଲେଜର ସ୍କାନିଂ ଦ୍ୱାରା ରତ୍ନ ଭଣ୍ଡାର ବାହାର ପାର୍ଶ୍ଵରୁ ଆରମ୍ଭ ହୋଇଛି। ମୁମ୍ବାଇର ୩ ଜଣ ଇଞ୍ଜିନିଅରଙ୍କ ସମେତ ୧୫ ଜଣିଆ ଟିମ୍‌ ଏହି ଯାଞ୍ଚରେ ସାମିଲ ରହିଛନ୍ତି। ଥ୍ରୀଡି କ୍ୟାମେରା ବ୍ୟବହାର କରି ଉନ୍ନତ ବୈଷ୍ୟୟିକ ଜ୍ଞାନ କୌଶଳରେ ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ଏଏସ୍‌ଆଇ ସବିଶେଷ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବ ବୋଲି ଜଣାପଡିଛି।

ରତ୍ନଭଣ୍ଡାର କାନ୍ଥରେ ଅନେକ ଫାଟ ରହିବା ସହ କାନ୍ଥ ଓଦାଳିଆ ଥିବା ଯାଞ୍ଚ ରିପୋର୍ଟରେ ଜଣାପଡିଥିଲା। ଆଉ ଲେଜର ସ୍କାନିଂ ପରେ ସ୍ଥିତି ଜଣାପଡିବ ବୋଲି ଆଶା କରାଯାଉଛି । ସ୍କାନିଂ ପରେ ଏଏସଆଇ ରିପୋର୍ଟ ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଟେକନିକାଲ୍ ଟିମ୍ ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କ ଭଣ୍ଡାର ଘରର ଥ୍ରୀ-ଡି ରୋଟେଟିଂ ଲେଜର ସ୍କାନିଂ କରାଯାଉଛି।

Leave A Reply

Your email address will not be published.