Odisha Link
Bridging the Missing Links in Odisha

ଟନେଲ୍ ଟ୍ରାଜେଡିର ଅନ୍ତ; ଆଜି ଓଡ଼ିଶା ଆସିବେ ୫ ଓଡ଼ିଆ ଶ୍ରମିକ

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଦୀର୍ଘ ୧୭ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ଓ ସମଗ୍ର ଦେଶର ପ୍ରାର୍ଥନା କାମ ଦେଇଛି। ଟନେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଶ୍ରମିକ। ପର୍ଯ୍ୟାୟକ୍ରମେ ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଶ୍ରମିକଙ୍କୁ ପାଇପ ଯୋଗେ ବାହାରି କରାଯାଇଛି।

ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ପାଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଘରକୁ ଫେରୁଛନ୍ତି। ନୂଆଦିଲ୍ଲୀରୁ ବିମାନରେ ସେମାନେ ଭୁବନେଶ୍ବର ଫେରିବେ। ଉତ୍ତରକାଶୀ ଟନେଲରୁ ଉଦ୍ଧାର ପରେ ଆଜି ଦିଲ୍ଲୀରୁ ବିମାନ ଯୋଗେ ୫ ଶ୍ରମିକ ଓଡ଼ିଶା ଆସିବେ। ୫ ଶ୍ରମିକଙ୍କ ସହ ଆସୁଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ। ଭୁବନେଶ୍ବରରେ ପହଞ୍ଚି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ।

Leave A Reply

Your email address will not be published.