Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଦାବି; ଆଜି କଂଗ୍ରେସର ତୁଳସୀ ଯାତ୍ରା

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ରାଜ୍ୟ କଂଗ୍ରେସ ଓ ବିଜେପି ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଚାଲିଛି। ତେବେ ଏହାରି ମଧ୍ୟରେ ବିଜେପିର ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରା ପରେ କଂଗ୍ରେସ ତୁଳସୀ ଯାତ୍ରା କରିଛି।

ଭୁବନେଶ୍ବରରୁ ପୁରୀକୁ କଂଗ୍ରେସ ତୁଳସୀ ଧରି ଯାତ୍ରା କରିବ। ସାରା ରାଜ୍ୟରୁ ତୁଳସୀ ସଂଗ୍ରହ ପରେ ଆଜି ତୁଳସୀ ଯାତ୍ରା ଆରମ୍ଭ ହୋଇଛି। ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଦାବି କରାଯାଇଛି। କଂଗ୍ରେସ ଅଫିସରୁ ସଜ ତୁଳସୀ ଧରି ରାଜମହଲ ଯିବେ। ରାଜମହଲରୁ ବସ୍‌ରେ ତୁଳସୀ ଧରି ପୁରୀ ଯିବେ।

Leave A Reply

Your email address will not be published.