Odisha Link
Bridging the Missing Links in Odisha

ଚିଲିକାରେ ବନ ବିଭାଗର ତତ୍ପରତା; ପକ୍ଷୀଙ୍କୁ ଜଗିଛି ଡ୍ରୋନ୍

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଶୀତର ପ୍ରକୋପ। ଶୀତର ପ୍ରକୋପ ବୃଦ୍ଧି ପାଇଥିବାବେଳେ ପ୍ରାୟ ସବୁ ଦର୍ଶନୀୟ ସ୍ଥାନରେ ଦର୍ଶକଙ୍କ ଭିଡ ଜମୁଛି। ତେବେ ଏହି ସମୟରେ ବିଭିନ୍ନ ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଭିଡ ଜମିଥାଏ। ପକ୍ଷୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏହାରି ମଧ୍ୟରେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି। ଯାହାକୁ ନେଇ ବନ ବିଭାଗ ତତ୍ପରତା ଦେଖାଇଛି। ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ ସାହାଯ୍ୟରେ ନଜର ରଖିଛି ବନବିଭାଗ। ଶିକାରୀଙ୍କ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି।