Odisha Link
Bridging the Missing Links in Odisha

ବିଜେପିର ବାଜିମାତ; ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ନିର୍ବାଚନ ପୂର୍ବରୁ ଆସିଗଲା ସେମିଫାଇନାଲ ଫଳାଫଳ। ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସରକାର ବିଜୟୀ ହୋଇଛି। ତିନି ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ବିଜେପି ସେଲିବ୍ରେସନ କରୁଥିବା ବେଳେ ରାଜ୍ୟର ମୁଖିଆ ତଥା ବିଜେଡି ସୁପ୍ରିମୋ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହାରି ମଧ୍ୟରେ ୩ ବିଧାନସଭା ନିର୍ବାଚନରେ ବିଜେପି ବିଜୟ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳେ ଟେଲିଫୋନ ଯୋଗେ କଥା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚା ଆରମ୍ଭ ହୋଇଛି। ପୂର୍ବରୁ ମଧ୍ୟ ଅନେକ ବାର ପ୍ରଧାନମନ୍ତ୍ରୀ-ବିଜେଡି ସୁପ୍ରିମୋ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ସମର୍ଥନ କରୁଥିବା ନଜିର ରହିଛି।

ସୂଚନା ଅନୁସାରେ, ଛତିଶଗଡ଼ ବିଧାନସଭା ଫଳାଫଳ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଛି। ଏହାପୂର୍ବରୁ ସେଠାରେ କଂଗ୍ରେସର ସରକାର ଥିଲା। ଭାରତୀୟ ଜନତା ପାର୍ଟି ୫୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦଳ ୩୬ଟି ଆସନରେ ବିଜୟୀ ହୋଇଛି। ବହୁମତ ପାଇଥିବା ବିଜେପି ଆଗାମୀ ସରକାର ଗଠନ କରିବା ପାଇଁ ଆରମ୍ଭ କରିସାରଛନ୍ତି ରଣନୀତି।

ସେହିପରି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଲ ଭାରତୀୟ ଜନତା ପାର୍ଟି ସପକ୍ଷରେ ହିଁ ଯାଇଛି। ବିଜେପି ୧୬୬ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬୩ଟିରେ ବିଜୟୀ ହୋଇଛି। ସେହିପରି ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ଏହାପୂର୍ବରୁ ମଧ୍ୟପ୍ରଦେଶରେ ବିଜେପି ହିଁ ସରକାର ଗଠନ କରିଥିଲା।

ଚଳିତଥର ସବୁଠୁ ଚର୍ଚ୍ଚାରେ ଥିଲା ରାଜସ୍ଥାନ ବିଧାନସଭା ନିର୍ବାଚନ। ସେଠାରେ କଂଗ୍ରେସ ସରକାର ଜୋରଦାର ଟକ୍କର ଦେଇ ବିଜେପି ନିଜ ହାତକୁ ଶାସନ ଦାୟିତ୍ବ ଆଣିଛି। ବିଜେପି ୧୧୪ଟି ଆସନ ଜିତି ସରକାର ଗଠନ କରିବା ପାଇଁ ଆରମ୍ଭ କରିସାରିଲାଣି ଭବ୍ୟ ଆୟୋଜନ। କଂଗ୍ରେସ ଦଳ ୭୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନାନ୍ୟ ଦଳ ୧୨ଟି ଆସନରେ ବିଜୟୀ ହୋଇଛନ୍ତି।

ଅନ୍ୟପଟେ, ତିନୋଟରେ ରାଜ୍ୟରେ ସରକାର ଗଠନ କରିବା ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ତେଲେଙ୍ଗାନାରେ ଦଳ ମାଟି କାମୁଡ଼ି ପଡ଼ିଛି। ତେଲେଙ୍ଗାନାରେ କଂଗ୍ରେସ ଦଳ ବିଆରଏସ୍‌ ଦଳକୁ କଡ଼ା ଟକ୍କର ଦେଇ ୬୩ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଯାଉଛି। ବିଆରଏସ୍‌ ୪୦ଟି ଆସନ ଜିତିଥିବା ବେଳେ ବିଜେପି ୯ଟିରେ ବିଜୟୀ ହୋଇଛି ସେହିପରି ଅନାନ୍ୟ ଦଳ ୭ଟିରେ ବିଜୟୀ ହୋଇଛନ୍ତି।

ସବୁଠୁ ବଡ଼ କଥା ହେଲା ୩ଟି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ବିଜେପି ଏବେ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବିଜେପି ତାର ନିଷ୍ପତ୍ତିରେ ସମସ୍ତଙ୍କୁ ଚକିତ କରିପାରେ। କାରଣ ବିଗତ କିଛି ବର୍ଷରେ ହୋଇଥିବା ନିର୍ବାଚନ ଯଥା, ଗୋଆ, ଛତିଶଗଡ଼, ମହାରାଷ୍ଟ୍ର, ୟୁପି, ହରିୟାଣା, ତ୍ରିପୁରା ରେ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇ। ଠିକ୍‌ ସେହିଭଳି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ବିରୋଧୀଙ୍କୁ ଆଉ ଏକ ମାଷ୍ଟରଷ୍ଟ୍ରୋକ୍‌ ଦେବା ପାଇଁ ବିଜେପି ପ୍ରସ୍ତୁତି କରୁଥିବା ରାଜନୈତିଜ୍ଞ ବିଶେଷଜ୍ଞ ମତ ରଖିଛନ୍ତି।

Leave A Reply

Your email address will not be published.