ସରିଲା ୪ ରାଜ୍ୟର ବିଧାନସଭା ନିର୍ବାଚନ; ଆଜିଠୁ ସଂସଦର ଶୀତ ଅଧିବେଶନ
ଓଏଲ୍ ବ୍ୟୁରୋ: ଆଜିଠୁ ସଂସଦର ଶୀତ ଅଧିବେଶନ। ଆଜିଠୁ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ। ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି। ଦୁଇଟି ଆର୍ଥିକ ବିଲ୍ ସହ ଅନ୍ୟାନ୍ୟ ବିଲକୁ ମିଶାଇ ୨୧ଟି ବିଲ୍ ଆଗତ ହେବାକୁ ଯାଉଛି। ସଂସଦର ଶୀତ ଅଧିବେଶନ ପୂର୍ବରୁ ଡିସେମ୍ବର ୨ରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା।
ସାଧାରଣତଃ ନଭେମ୍ବର ମାସରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୁଏ। ଚଳିତ ଶୀତ ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ। ଗତ ସେପ୍ଟେମ୍ବର ମାସରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ସଂସଦର ନୂଆ କୋଠାରେ ଏହି ଅଧିବେଶନ ବସିଥିଲା। ଏହି ଅଧିବେଶନରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା।