Odisha Link
Bridging the Missing Links in Odisha

ମୃତ୍ୟୁ ଶୂନ୍ୟ ସପ୍ତାହ; ୪ ଦିନରେ ଗଲାଣି ୪୫ ଜୀବନ

ଓଏଲ୍‌ ବ୍ୟୁରୋ: ସପ୍ତାହବ୍ୟାପୀ ଜିରୋ ଫାଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ ହେଉଛି। ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତଜନିତ ମୃତ୍ୟୁ ବଢ଼ି ଚାଲିଥିବାରୁ ଡିସେମ୍ବର ପ୍ରଥମ ସପ୍ତାହରେ ପାଳନ ହେଉଛି ଜିରୋ ଫାଟାଲିଟି ୱିକ। କିନ୍ତୁ ପ୍ରଥମ ଦିନରେ ହିଁ ଭୟଙ୍କର ଦୁର୍ଘଟଣା ଘଟିଥିଲା। ସପ୍ତାହର ପ୍ରଥମ ଚାରିଦିନରେ ଅନ୍ୟୂନ ୪୫ ଜଣଙ୍କ ମୃତ୍ୟୁ ହେଲାଣି। ଚତୁର୍ଥ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୮ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଶୂନ ମୃତ୍ୟୁ ସପ୍ତାହ ଅଭିଯାନର ତୃତୀୟ ଦିନରେ ୧୧ ଜଣଙ୍କ ଜୀବନ ହାନି ଘଟିଛି। ଉକ୍ତ ଦିନ ରାଜ୍ୟରେ ୧୩ଟି ଦୁର୍ଘଟଣା‌ରେ ୧୨ ଜଣ ଆହତ ହୋଇଛନ୍ତି। ଶୂନ ମୃତ୍ୟୁ ସପ୍ତାହର ତିନି ଦିନରେ ମୋଟ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ନିୟମ ଖିଲାପ ଅଭିଯୋଗରେ ୨୯୮୦ଟି ଚାଲାଣ କଟାଯାଇଛି। ୧୬ଟି ଗାଡିର ଫିଟ୍‌ନେସ ବାତିଲ ସହ ବେଆଇନ ଗାଡି ଚାଳନା ପାଇଁ ୫୭ଟି ଗାଡି ଜବତ କରାଯାଇଛି। ତୃତୀୟ ଦିନରେ ମୋଟ ୬ଲକ୍ଷ ୨୬ ହଜାର ୩୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

Leave A Reply

Your email address will not be published.