Odisha Link
Bridging the Missing Links in Odisha

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ କଡ଼ା ନିୟମ; ୬ ମାସ ପାଇଁ ବସିପାରିବେନି ଧାରଣାରେ

ଓଏଲ୍‌ ବ୍ୟୁରୋ: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ କଡ଼ା ନିୟମ ଲଗୁ କରାଯାଇଛି। ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୬ ମାସ ପାଇଁ ସ୍ୱାସ୍ଥ୍ୟ କର୍ମଚାରୀ ଧାରଣାରେ ବସିପାରିବେନି। ନର୍ସ, ପାରାମେଡିକ୍ସ ଓ ଟେକ୍ନିସିଆନଙ୍କ ପାଇଁ ଏହି ଏସମା ଲାଗୁ କରାଯାଇଛି।

ଏହାସହ ଏହି କ୍ଷେତ୍ରର ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଚୁକ୍ତିଭିତିକ କର୍ମଚାରୀଙ୍କ କ୍ଷେତ୍ରରେ ବି ଏହା ଲାଗୁ ହେବ। ଏହି କର୍ମଚାରୀଙ୍କ ଆନ୍ଦୋଳନ ଉପରେ ରୋକ ଲାଗିଛି। ରାଜ୍ୟର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହା ଦରକାର ବୋଲି ରାଜ୍ୟ ସରକାର କହିଛନ୍ତି। ଆନ୍ଦୋଳନ ହେଲେ ସ୍ୱାସ୍ଥ୍ୟସେବାରେ ବାଧା ସୃଷ୍ଟି ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ନିୟମ ନ ମାନିଲେ କଡା କାର୍ଯ୍ୟଅନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.