Odisha Link
Bridging the Missing Links in Odisha

ଆଜି ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକ; ପରିକ୍ରମା ପ୍ରକଳ୍ପ ସଂପର୍କରେ ହେବ ଆଲୋଚନା

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକ। ଏହି ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ ହେବ ଆଲୋଚନା କରାଯିବ। ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ନେଇ ନିଷ୍ପତ୍ତି ନିଆଯିବ। ଧନୁ ସଂକ୍ରାନ୍ତି, ଦେବାଭିଷେକ ନୀତି ନେଇ ଆଲୋଚନା କରାଯିବ।

ସୂଚନା ଅନୁସାରେ, ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ କାର୍ଯ୍ୟର ଅଗ୍ରଗତି ଏବଂ କେବେ ସରିବ, ସେନେଇ ଆଲୋଚନା କରିଥିଲେ। ଗଜପତି ମହାରାଜ କାର୍ଯ୍ୟର ସମୀକ୍ଷା କରିବା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ। ଗଜପତି ମହାରାଜ କାର୍ଯ୍ୟର ସମୀକ୍ଷା କରିବା ସହ ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି କହିଛନ୍ତି। ଶ୍ରୀସେତୁ, ଜଗନ୍ନାଥ ବଲ୍ଳଭ ପାର୍କିଂ କାର୍ଯ୍ୟ ଅନୁଧ୍ୟାନ କରିବା ଗଜପତି ମହାରାଜ ସୂଚନା ଦେଇଛନ୍ତି।

Leave A Reply

Your email address will not be published.