ବିଜେଡି କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେଇନାହିଁ: ପ୍ରସନ୍ନ ଆଚାର୍ଯ୍ୟ

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ନିର୍ଵାଚନ। ଏହାରି ମଧ୍ୟରେ ଅନେକ ଘଟଣା ସାମ୍ନାକୁ ଆସୁଛି। ସବୁଠୁ ଅଧିକ ଚର୍ଚାର ବିଷୟ ପାଲଟିଛି କଂଗ୍ରେସ ନେତା ଧୀରଜ ସାହୁଙ୍କ ଟଙ୍କା ଜବତ ଘଟଣା। ଏହି ଘଟଣାରେ ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ଯଦି ଅନିୟମିତତା, ଦୁର୍ନୀତି ହୋଇଛି ସରକାର ତଦନ୍ତ କରୁଛନ୍ତି।ସମସ୍ତେ ତଦନ୍ତ ପ୍ରକ୍ରିୟାକୁ ସହଯୋଗ କରିବା ଉଚିତ।
ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି, ରାଜନୈତିକ ରଙ୍ଗଦେବା ଅର୍ଥ ମୂଳ ସମସ୍ୟାରୁ ଲୋକଙ୍କ ଦୃଷ୍ଟି ହଟାଇବା।ଯାହାର ଶକ୍ତି ଓ ଲୋକ ସମର୍ଥନ ନାହିଁ, ସେମାନେ ବହୁ ପ୍ରସଙ୍ଗ କରନ୍ତି। ବିଜେଡି କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେଇନାହିଁ। ବିରୋଧ ଆଳରେ ଯଦି କିଏ ବିରୋଧ କରେ, କିଛି କହିବାର ନାହିଁ ବୋଲି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।