ସମ୍ବଲପୁର ବୋରଓ୍ବେଲ ଟ୍ରାଜେଡି: ଜଟିଳ ହେଉଛି ଉଦ୍ଧାର ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା
ଓଏଲ୍ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ରାଲିପାଲିର ବୋରଓ୍ବେଲରେ ଭିତରୁ ଜୀବନ୍ତ ନବଜାତ ଶିଶୁ ଉଦ୍ଧାର ହୋଇଥିଲା। ସମ୍ବଲପୁର ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଛି। ଶାରୀରିକ ଆଘାତ ଓ ସଂକ୍ରମଣ ଯୋଗୁଁ ଅବସ୍ଥା ଗୁରୁତର ରହିଛି। ଆଇସିୟୁରେ ଚିକିତ୍ସାଧୀନ, ସାମାନ୍ୟ ରକ୍ତସ୍ରାବ ହେଉଥିବା ସୂଚନା ରହିଛି। ଆଗାମୀ ୫/୭ ଦିନ ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ନେଇ ଭୀମସାର କର୍ତ୍ତୃପକ୍ଷ ସୂଚନା ରହିଛି।
ସୂଚନା ଅନୁସାରେ, ୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ନନଷ୍ଟପ ଅପରେସନ। ୨୦ରୁ ୨୫ ଫୁଟ ତଳୁ ଶିଶୁଟି ଉଦ୍ଧାର ହୋଇଥିଲା। ଉଦ୍ଧାର ହେବା ପରେ ନବଜାତ ଶିଶୁଟିକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍ ପରିଶ୍ରମକୁ ସାବାସୀ ଜଣାଇବା ସହିତ ପୁରା ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଓଡ୍ରାଫ, ଅଗ୍ନିଶମ, ଜିଲ୍ଲାପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ କହିଛନ୍ତି, ବହୁକଷ୍ଟରେ ଶିଶୁଟିର ଜୀବନ ବଞ୍ଚାଇଛୁ। କାରଣ ଶିଶୁଟି ଯେଉଁଠି ଥିଲା ସେହି ତଳେ ଭଙ୍ଗାକାଚ ଥିଲା। ତାଉପରୁ ପ୍ଲାଷ୍ଟିକ ବୋତଲ ଥିବାରୁ ବଞ୍ଚିଗଲା ଝିଅର ଜୀବନ।