ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ ମନା; କଟନ ବ୍ୟାଗ ବ୍ୟବହାର ପାଇଁ ପରାମର୍ଶ ଜାରି

ଓଏଲ୍ ବ୍ୟୁରୋ: ପୁରୀ ସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଓଡ଼ିଆଙ୍କର ନୁହେଁ ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସର ଆଧ୍ୟାତ୍ମିକ ସ୍ଥଳୀ ଭାବରେ ପରିଚିତ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କଟକଣା ଓ ଶ୍ରୀମନ୍ଦିର ପାନଗୁଟଖା ବ୍ୟାନ ପରେ ପଲିଥିନ ନିଷେଧ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଭକ୍ତ ଓ ସେବାୟତ ନିଯୋଗକୁ ଅନୁରୋଧ କରାଯାଇଛି। ବିକଳ୍ପ ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗକୁ କୁହାଗଲା। କାଗଜ ପ୍ୟାକେଟ୍, କଟନ ବ୍ୟାଗ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିରକୁ ସୁନ୍ଦର ରଖିବାକୁ ପଦକ୍ଷେପ ନିଆଯାଇଛି।
ମିଳିଥିବା ସୂଚନା ମୁତାବକ, ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ଯିବେ। ନୂଆବର୍ଷରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ଶାଳୀନତାପୂର୍ଣ୍ଣ ଡ୍ରେସ୍ ପିନ୍ଧିବେ। ଫୁଲ୍ ଡ୍ରେସ୍ ପିନ୍ଧିବେ। କୌଣସି ଚିରାଫଟା ଓ ହାପ୍ ପ୍ୟାଣ୍ଟ ପିନ୍ଧି ଯାଇପାରିବେ ନାହିଁ। ୧୨ ବର୍ଷରୁ କମ୍ ପିଲା ହାପ୍ ପ୍ୟାଣ୍ଟ ପିନ୍ଧି ପାରିବେ। କାହାକୁ ଜବରଦସ୍ତ କରାଯିବ ନାହିଁ। ଯଦି କୌଣସି ଶ୍ରଦ୍ଧାଳୁ ନିୟମ ମାନିବେ ନାହିଁ ତେବେ ତାଙ୍କୁ ଶ୍ରୀମନ୍ଦିର ମନା ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।