ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର; ଶିରିଡ଼ି-ନାସିକ୍ ଅଭିମୂଖୀ ଟ୍ରେନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ବରିଷ୍ଠ ନାଗରିକଙ୍କୁ ମିଳିବ ଅଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ କୋରାପୁଟ, ରାୟଗଡ଼, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇଁ ରାୟଗଡା ଷ୍ଟେସନରୁ ଶିରିଡ଼ି-ନାସିକ୍ ଅଭିମୂଖୀ ଟ୍ରେନର ଶୁଭାରମ୍ଭ କରିବାକୁ ଯାଉଛନ୍ତି।
ରାଜ୍ୟର ବରିଷ୍ଠ ଲୋକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ପାଇଁ ୨୦୧୬ ମସିହାରୁ କାର୍ଯ୍ୟକାରୀ କରିଛନ୍ତି। ଚଳିତବର୍ଷ ତୀର୍ଥଯାତ୍ରାରେ ଯିବା ପାଇଁ ବରିଷ୍ଠ ନାଗରିକମାନେ ନଭେମ୍ବର ୧ ତାରିଖରୁ ୧୦ତାରିଖ ମଧ୍ୟରେ ଅନଲାଇନ ଜରିଆରେ ଆବେଦନ କରାଯାଇଥିଲା। ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ୯ଟି ଟ୍ରେନ ଯୋଗେ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାରେ ନେବା ପାଇଁ ରାଜ୍ୟସରକାର ବନ୍ଦୋବସ୍ତ କରିଛନ୍ତି। ରାଜ୍ୟସରକାରଙ୍କ ଏଭଳି ଯୋଜନାକୁ ବରିଷ୍ଠ ମାନେ ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି।