ପୁଣି କରୋନା ଭୟ: ୩ ମାସରେ ଥରେ ପ୍ରତି ହସ୍ପିଟାଲରେ ହେବ ମକ୍ଡ୍ରିଲ
ଓଏଲ୍ ବ୍ୟୁରୋ: ପୁଣି କରୋନା ଭୟ। ଦେଶରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। ବର୍ତ୍ତମାନ ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶରେ ପ୍ରଥମ ଥର ପାଇଁ ଜେଏନ୍ ୧ ଭ୍ୟାରିଆଣ୍ଟ କରୋନା ଭୂତାଣୁ ଠାବ ହୋଇଛି। ଯାହାକୁ ନେଇ ଆଜି କୋଭିଡ୍ ସମୀକ୍ଷା ବୈଠକ। ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସପ୍ତାହେ ମଧ୍ୟରେ ଜଣେ ବି କୋଭିଡ ରୋଗୀ ଚିହ୍ନଟ ହୋଇନାହାନ୍ତି। ଏବେ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ଶୂନ ରହିଛି। ସ୍ଥିତି ସମୀକ୍ଷା ପରେ କେନ୍ଦ୍ରରୁ ଯାହା ନିର୍ଦ୍ଦେଶ ଆସିବ ପାଳିବୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଅନ୍ୟପଟେ, ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଭିଡିଓ କନଫରେନ୍ସିଂ ଜରିଆରେ ସ୍ଥତିର ସମୀକ୍ଷା କରିଛନ୍ତି। ବୈଠକରେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବ ଯୋଗଦେଇଛନ୍ତି। ସବୁ ରାଜ୍ୟ ସହ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ୩ ମାସରେ ଥରେ ପ୍ରତି ହସ୍ପିଟାଲରେ ହେବ ମକ୍ଡ୍ରିଲ। ଭୟଭୀତ ହେବାର ଆବଶ୍ୟକତା ନାହିଁ। ଫେଷ୍ଟିଭ ସିଜନ ଆସୁଥିବାରୁ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଯାଇଛି। କେରଳରେ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପରେ ସମୀକ୍ଷା ବୈଠକ କରାଯିବାକୁ ନିଷ୍ପତି ନିଆଯାଇଥିଲା।
ସେହିପରି କରୋନାର ନୂଆ ଭାରିଆଣ୍ଟ ପରେ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, କେରଳ ଓ କର୍ଣ୍ଣାଟକରୁ ଚିହ୍ନଟ ପରେ କେନ୍ଦ୍ର ଗାଇଡଲାଇନ ଜାରି କରିଛି। ଆବଶ୍ୟକ ପଡ଼ିଲେ, ରାଜ୍ୟରେ ଜାରି ହେବ ଗାଇଡଲାଇନ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ନାହିଁ ନୂଆ ଭାରିଆଣ୍ଟ JN.1। ଯେଉଁ ଭାରିଆଣ୍ଟ କଥା କୁହାଯାଉଛି ତାହା ନାଚୁରାଲ। ଯଦି ଚିହ୍ନଟ ହୁଏ, ଜିନୋମ ସିକ୍ବେନ୍ସ୍ସିଂ ପାଇଁ ପଠାଇବୁ। ଥଣ୍ଡା, ଜ୍ବର ଲାଗ ରହିଲେ ଟେଷ୍ଟ କରାଇବାକୁ ପରାମର୍ଶ ଦିଆଯିବ।
ଅନ୍ୟପଟେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷଣୁ କୁହାଯାଇଛି ଯେ ବର୍ତ୍ତମାନ କୋଭିଡ ୧୯ ଭାଇରସ ନିରବଚ୍ଛିନ୍ନ ଭାବେ ଘୁରି ବୁଲୁଛୁ। ଏହାର ଏପିଡେମୋଲୋଜି ବ୍ୟବହାର ଭାରତୀୟ ପରିବେଶରେ ରହିଛି। ତେଣୁ କରୋନା ସ୍ଥିତି ଉପରେ ଆମ ସମସ୍ତଙ୍କୁ ନଜର ରଖିବାକୁ ପଡ଼ିବ। ସମସ୍ତ ରାଜ୍ୟର ସମସ୍ତ ଜିଲ୍ଲାସ୍ତରରୁ ଏହି ଅଭିଯାନ ଆରମ୍ଭ ହେବା ଦରକାର।
ଆହୁରି କୁହାଯାଇଛି ଯେ, ଆଗକୁ ନୂଆବର୍ଷ ଆସୁଛି। ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ଆସିବାକୁ ଯାଉଛି। ଏହାକୁ ନଜରରେ ରଖି ଅଧିକ ସତର୍କ ରହିବାକୁ ପଡ଼ିବ। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାକୁ ହେବ। ହାଇଜନ୍ ନିୟମକୁ କଡ଼ା କଡ଼ି ପାଳନ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଏଥିସହିତ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଇଞ୍ଜଫ୍ଲୁଏଞ୍ଜା ରୋଗର ଯାଞ୍ଚ ଓ ରିପୋର୍ଟ କରିବାକୁ କହିଛନ୍ତି। ନିୟମିତ ଭାବେ ପରୀକ୍ଷା ଓ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ କୁହାଯାଇଛି।
୨୪ ଘଣ୍ଟାରେ ୩୩୫ ମାମଲା:
ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩୫ଟି କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହିତ କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶର କେରଳରେ କରୋନା ମାମଲା ସର୍ବାଧିକ ବୃଦ୍ଧି ପାଇଛି। ଏଥିପାଇଁ ମଧ୍ୟ ଗାଇଡଲାଇନ୍ ଜାରି କରିଛନ୍ତି କେରଳ ସରକାର। କରୋନା ପାଇଁ କର୍ଣ୍ଣାଟକରେ ଆଲର୍ଟ କରାଯାଇଛି। ୬୦ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି।