Odisha Link
Bridging the Missing Links in Odisha

‘ଏକ୍ସ’କୁ ନେଇ ବଡ଼ ଖବର; ପାଖାପାଖି ଘଣ୍ଟାଏ ପରେ ଜାରି ହେଲା ପୋଷ୍ଟ୍

ଓଏଲ୍‌ ବ୍ୟୁରୋ: ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପାଖାପାଖି ଘଣ୍ଟାଏ ହେଲା ‘ଏକ୍ସ’ ସର୍ଭର ଡାଉନ୍ ରହିଥିଲା। ଯାହାଦ୍ୱାରା ସର୍ଭର ଡାଉନ୍ ଯୋଗୁଁ କୌଣସି ପୋଷ୍ଟ୍ ହୋଇପାରୁନଥିଲା। ଅଚାନକ ଏଭଳି ସମସ୍ୟା ପରେ ‘ଏକ୍ସ’ ୟୁଜର୍ସଙ୍କ ଚିନ୍ତା ବଢ଼ିବାରେ ଲାଗିଥିଲା। ବର୍ତ୍ତମାନ ଏହି ସମସ୍ୟା ଦୂର ହୋଇଛି।

ଖବର ଅନୁସାରେ, ଟ୍ବିଟରର ପୂର୍ବତନ ସିଇଓ ଏଲନ ମସ୍କ ଟୁଇଟର ଡଟ କମକୁ ବଦଳାଇ ଏକ୍ସ ଡଟ୍ କମ କରିଦେଇଛନ୍ତି। ଏକ୍ସ ଡଟ କମ ଖୋଲିଲେ ସିଧା ସଳଖ ଟୁଇଟର ଖୋଲୁଛି। ଦୀର୍ଘଦିନରୁ କମ୍ପାନୀର ପରିଚୟ ଥିବା ନୀଳ ଚଢେଇକୁ ହଟାଇ ନୂଆ ଲୋଗୋ ଆଣିଛନ୍ତି। ତେବେ ଟ୍ବିଟରର ପୂର୍ବତନ ସିଇଓ ଏଲନ ମସ୍କ ଟୁଇଟରକୁ ନେଇ ସବୁବେଳେ କିଛି ନୂଆ ପରିବର୍ତ୍ତନ ଆଣିଥାନ୍ତି। ସର୍ଭର ଡାଉନ୍ ହେବା ପରେ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ୟୁଜର୍ସଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବା ଚର୍ଚା ହେଉଛି।

Leave A Reply

Your email address will not be published.