ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ: ରାଜ୍ୟର ୪ ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ମାଓବାଦୀଙ୍କ ଲଙ୍କାକାଣ୍ଡ। ମନୋହରପୁର ଷ୍ଟେସନ ନିକଟ ବେରୁଆରେ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି। ବିସ୍ଫୋରଣ କାରଣରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ୨୦ରୁ ଅଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଅଟକିଛି ମୁମ୍ବାଇ-ହାୱଡା ଟ୍ରେନ। ତେବେ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ଘଟଣାସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର ପଡ଼ିଛି।
ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ ପରେ ଆଲର୍ଟ କଲା ଗୁଇନ୍ଦା ବିଭାଗ। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ ୪ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ। ସୀମାରେ ସୁରକ୍ଷା କଡ଼ାକଡ଼ି ସହ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।