Odisha Link
Bridging the Missing Links in Odisha

ବିଜେଡିର ପ୍ରତିଷ୍ଠା ଦିବସ; ସାଇକେଲ ରାଲିରେ ସାମିଲ ହେଲେ ବରିଷ୍ଠ ନେତା

ଓଏଲ୍‌ ବ୍ୟୁରୋ: ଆଜି ୨୭ ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ(ବିଜେଡି)। ଆଜି ଦଳକୁ ୨୬ ପୂରି ୨୭ ଚାଲିଲା। ଏଥିପାଇଁ ଦଳର ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ସାମିଲ ହେବେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ପ୍ରତିଷ୍ଠା ଦିବସରେ ସାଇକେଲ ରାଲି କରାଯାଇଛି। କଟକ ଆନନ୍ଦଭବନରୁ ବିମାନବନ୍ଦର ଯାଏ ରାଲି ଆସିଛି। ସାଇକେଲ ରାଲିରେ ସାମିଲ ଥିଲେ ବରିଷ୍ଠ ନେତା।

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାର ଜନସାଧାରଣଙ୍କ ସହ ଦଳର ସମସ୍ତ କର୍ମୀ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଅକୁଣ୍ଠ ସମର୍ଥନ, ମହାପ୍ରଭୁଙ୍କ ଆଶୀର୍ବାଦ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ବିଜେଡିକୁ ଏକ ଆନ୍ଦୋଳନରେ ପରିଣତ କରିଛି। ଆସନ୍ତୁ ଏହି ସମ୍ପର୍କକୁ ଆହୁରି ମଜଭୁତ କରି ନୂଆ ଓଡ଼ିଶା ଗଠନରେ ଭାଗିଦାର ହେବା ବୋଲି ବିଜେଡି ସୁପ୍ରିମୋ ନିଜର ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.