Odisha Link
Bridging the Missing Links in Odisha

ଭାରତ ଫେରିଲା ଫ୍ରାନ୍ସରେ ଅଟକ ବିମାନ; ସୁରକ୍ଷିତ ଫେରିଲେ ୨୭୬ଜଣ ଯାତ୍ରୀ

ଓଏଲ୍‌ ବ୍ୟୁରୋ: ଭାରତ ଫେରିଲା ଫ୍ରାନ୍ସରେ ଅଟକ ବିମାନ। ଆଜି ଭୋର ୪ଟା ବେଳେ ୨୭୬ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଛି ଏହି ବିମାନ। ୪ଦିନ ଧରି ଫ୍ରାନ୍ସରେ ଫସିଥିବା ଏହି ବିମାନ ଶେଷରେ ମୁମ୍ବାଇରେ ଅବତରଣ କରିଛି। ମାନବ ଚାଲାଣ ନେଇ ସନ୍ଦେହ ପରେ ଏହି ବିମାନକୁ ଫ୍ରାନ୍ସରେ ଅଟକାଇ ଦିଆଯାଇଥିଲା। ତେବେ ବିମାନଟି ଭାରତ ଫେରିବା ପରେ ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି। ମାନବ ଚାଲାଣ ସନ୍ଦେହରେ ଅଟକ ଥିଲା ବିମାନ। ନିକାରଗୁଆ ଯିବା ବେଳେ ଫ୍ରାନ୍ସ କର୍ତ୍ତୃପକ୍ଷ ଅଟକାଇଥିଲେ।

ସୂଚନା ଅନୁସାରେ, ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ବିମାନରେ ମାନବ ଚାଲାଣ ନେଇ ସନ୍ଦେହ ପରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରୁ ଦେଢ଼ ଶହ କିଲୋମିଟର ଦୂର ଭେଟ୍ରୋ ବିମାନ ବନ୍ଦରରେ ବିମାନକୁ ଅଟକାଇ ଦିଆଯାଇଥିଲା। ଏହାସହ ସମସ୍ତ ଯାତ୍ରୀଙ୍କୁ ପଚରାଉଚରା କରାଯାଇଥିଲା। ରୋମାନିଆ ଚାର୍ଟଡ କମ୍ପାନୀ ଲିଜେଣ୍ଡ ଏୟାରଲାଇନ୍ସର ଏହି ବିମାନ ଉଡାଣ ଭରିବା ପରେ ଇନ୍ଧନ ଭର୍ତି କରିବା ପାଇଁ ଭେଟ୍ରୋ ବିମାନ ବନ୍ଦରରେ ଅବତରଣ କରିଥିଲା। ବିମାନଟି ଉଡ଼ାଣ ଭରିବା ପରେ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ଟ୍ୱିଟ୍ କରି କହିଛି- ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଫ୍ରାନ୍ସ ସରକାର ଏବଂ ଭେଟ୍ରି ବିମାନବନ୍ଦରକୁ ଧନ୍ୟବାଦ। ଦୂତାବାସ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିବାରୁ ସରକାରଙ୍କୁ ଧନ୍ୟବାଦ।

Leave A Reply

Your email address will not be published.