ସୁଗମ ହେବ ପରିବହନ ବ୍ୟବସ୍ଥା; ଫେବ୍ରୁଆରୀରୁ ଚାନ୍ଦବାଲିରେ ଗଡିବ ଲକ୍ଷ୍ମୀ ବସ୍
ଓଏଲ୍ ବ୍ୟୁରୋ: ଆରଡି ଆଖଣ୍ଡଳମଣି ଗସ୍ତରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଚାନ୍ଦବାଲି ସହ ଭଦ୍ରକ ଜିଲ୍ଲାରେ ଚାଲିବ ଲକ୍ଷ୍ମୀ ବସ୍। ବସ୍ରେ ମହିଳାଙ୍କ ସହ ୫ଟଙ୍କାରେ ଯିବେ କଲେଜ ପିଲା। ଏହା ଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ଆସିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଅନ୍ୟପଟେ, ଖୁବଶୀଘ୍ର ବାବା ଆଖଣ୍ଡଳମଣି ପୀଠର ରୂପରେଖ ବଦଳିବ। ଆରଡି ପୀଠରେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ। ପରେ ମାଷ୍ଟର ପ୍ଲାନକୁ ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ। ବାବାଙ୍କୁ ଦର୍ଶନ କରି ଆଶିଷ ନେବା ସହ ଉନ୍ନତିମୂଳକ କାର୍ଯ୍ୟରେ ସମୀକ୍ଷା କରିଛନ୍ତି। ଏହା ସହ ଯେଉଁ ସବୁ ଅଭିଯୋଗ ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି।