ଆଜି ସନ୍ଧ୍ୟାରେ ବର୍ଷର ଶେଷ କ୍ୟାବିନେଟ ବୈଠକ, ହୋଇପାରେ ବଡ଼ ଘୋଷଣା

ଓଏଲ୍ ବ୍ୟୁରୋ: ଆଉ ଦିନକ ପରେ ସରିବ ୨୦୨୩ ବର୍ଷ, ଆରମ୍ଭ ହେବ ୨୦୨୪। ଏହାପୂର୍ବରୁ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ ବୈଠକ ଆଜି ବସିବ। ଆଜି ସନ୍ଧ୍ୟାରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ।
ଆଉ ଦିନକ ପରେ ନୂଆବର୍ଷ ତା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର। ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।