ଜାତୀୟ ସଡକ ସୁରକ୍ଷା ସପ୍ତାହ: ଭୁବନେଶ୍ୱରରେ ଆରମ୍ଭ ହେଲା ମହିଳା ବାଇକ୍ ରାଲି

ଓଏଲ୍ ବ୍ୟୁରୋ: ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହି ଦୁର୍ଘଟଣାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ପୁଲିସ ତରଫରୁ ମହିଳା ବାଇକ୍ ରାଲି ଆରମ୍ଭ ହୋଇଛି। ଜାତୀୟ ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ କମିଶନରେଟ୍ ପୁଲିସ ତରଫରୁ ଆରମ୍ଭ ହୋଇଛି ମହିଳା ବାଇକ୍ ରାଲି। ଭୁବନେଶ୍ୱର ସ୍ଥିତ କମିଶନରେଟ୍ ପୋଲିସ୍ କାର୍ଯ୍ୟାଳୟରୁ ରାଲି ବାହାରି ଜୟଦେବ ବିହାର ଦେଇ କିଟ୍ ଛକ ପର୍ଯ୍ୟନ୍ତ ଯିବ।
ପରେ କିଟ୍ ଛକରୁ ନାଲକୋ ଛକ, ଆଚାର୍ଯ୍ୟବିହାର, ଲୋୟର ପିଏମଜି ହେଇ ୧୨୦ ବାଟାଲିୟନରେ ଶେଷ ହେବ। ବାଇକ୍ ରାଲିରେ ମହିଳା ବାଇକର୍ ଅମିତା ସିଂ ଓ ତାଙ୍କ ଟିମ୍ ସମେତ ଟ୍ରାଫିକ୍ ଲେଡି ୱିଙ୍ଗ୍, ୱିମେନ୍ ପୋଲିସ୍ ୱିଙ୍ଗ୍ର ୪ଶହରୁ ଉର୍ଦ୍ଧ୍ବ ମହିଳା ସାମିଲ ହୋଇଛନ୍ତି। ମହିଳାମାନେ ହାତରେ ସଡକ ସୁରକ୍ଷା ପରିବାର ରକ୍ଷା ପ୍ଲାଏକାର୍ଡ ଧରି ପୂରା ସହର ବୁଲିଛନ୍ତି। ଜାତୀୟ ସଡକ ସୁରକ୍ଷା ସପ୍ତାହ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ କରାଯିବ।