Odisha Link
Bridging the Missing Links in Odisha

ଘନ କୁହୁଡ଼ି ବଳୟରେ ରାଜଧାନୀ ଦିଲ୍ଲୀ; ରେଳ ସେବା ପ୍ରଭାବିତ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଏନସିଆରରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ବିଳମ୍ବରେ ଚାଲିଛି ୨୬ ଟ୍ରେନ୍। ଦିଲ୍ଲୀ-ଏନସିଆର ସମେତ ଉତ୍ତର ଏବଂ ମଧ୍ୟ ଭାରତରେ ଶୀତ ଲହରି ଜାରି ରହିଛି। ସୋମବାର ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ ଥିଲା। ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୦ ଡିଗ୍ରୀକୁ ପାରଦ ଖସି ଆସିଥିଲା। ଏହି ସମୟରେ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଚଣ୍ଡିଗଡ଼, ପଞ୍ଜାବ, ହରିୟାଣା, ରାଜସ୍ଥାନ, ୟୁପି ସମେତ ଅଧିକାଂଶ ରାଜ୍ୟରେ ଘନ କୁହୁଡ଼ି ସମ୍ପର୍କରେ ଆଇଏମଡି ଆଜି ପାଇଁ ସତର୍କ ସୂଚନା ଜାରି କରିଛି। ଏହି ସ୍ଥାନଗୁଡିକ ମଧ୍ୟରୁ କେତେକ ପାଇଁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି।

ଦିଲ୍ଲୀ-ଏନସିଆରରେ ପାରଦ ଉପରକୁ ଉଠିଥିଲେ ହେଁ କୋହଲା ପବନ ଯୋଗୁଁ ଏହା ଥଣ୍ଡାର ମାତ୍ରା ଅଧିକ ମାତ୍ରରେ ଅନୁଭୂତ ହୋଇଥିଲା। ସେପଟେ ଆଇଜିଆଇ ବିମାନବନ୍ଦରରେ ଅନେକ ଉଡ଼ାଣ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। ଘନ କୁହୁଡ଼ି କାରଣରୁ ପାଖାପଖି ୨୦ ଘଣ୍ଟା ବିଳମ୍ବରେ ଟ୍ରେନ ଗୁଡ଼ିକ ଗତି କରୁଥିବା ଦେଖାଯାଇଥିଲା। ସେପଟେ କିନ୍ତୁ ଡିସେମ୍ବର ମାସରେ ବିଗତ ୬ ବର୍ଷ ମଧ୍ୟରେ ସବୁଠାରୁ ଉତ୍ତପ୍ତମାସ ରହିଥିଲା। ଏହି ଡିସେମ୍ବର ମାସରେ ତାପମାତ୍ରା ପାଖାପାଖି ୨୩.୭ ଡିଗ୍ରୀ ସେଲସିୟସ ରହିଥିଲା।

Leave A Reply

Your email address will not be published.