ଷ୍ଟିଲ ପ୍ଲାଣ୍ଟରେ ଅଘଟଣ; ବିସ୍ଫୋରଣର କାରଣ ଅସ୍ପଷ୍ଟ
ଓଏଲ୍ ବ୍ୟୁରୋ: ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି। କେନ୍ଦୁଝର ଷ୍ଟିଲପ୍ଲାଣ୍ଟ ଇଣ୍ଡକସନ୍ ଫର୍ଣ୍ଣେସରେ ବିସ୍ଫୋରଣ ହୋଇଛି। ରୁଗୁଡ଼ି ଥାନା ବରପଦାଠାରେ ଥିବା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ କ୍ଷୟକ୍ଷତି ନେଇ ଏଯାଏ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ।
ଅନ୍ୟପଟେ, ଡିସେମ୍ବର ୨୯ରେ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ହୋଇଥିଲା। ହସ୍ପିଟାଲ ପରିସରରେ ଏସି ଗ୍ୟାସ୍ ଫିଲିଂ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଏହି ବିସ୍ଫୋରଣର ଦୁଇ ଦିନ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଏବେ ବି ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।