Odisha Link
Bridging the Missing Links in Odisha

ରେଙ୍ଗାଲି ବୋର୍‌ୱେଲରୁ ଶିଶୁ ଉଦ୍ଧାର ଘଟଣା: ଜନ୍ମଦାତ୍ରୀ ମା’କୁ ଦିଆଯିବନି ଶିଶୁକନ୍ୟା

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଶିଶୁକନ୍ୟା ବିଜୟିନୀକୁ ତା ଜନ୍ମଦାତ୍ରୀ ମା’କୁ ଦିଆନଯିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନର ଶିଶୁ ପାଳନ କେନ୍ଦ୍ରରେ ବିଜୟିନୀକୁ ରଖାଯିବ। ପରେ ପୋଷ୍ୟ ସନ୍ତାନ ପ୍ରକ୍ରିୟାରେ କୌଣସି ଦଂପତିଙ୍କୁ ଦେବା ବ୍ୟବସ୍ଥା ହେବ। ବିଜୟିନୀକୁ ତା’ ମା ବୋରୱେଲରେ ଫିଙ୍ଗିଥିବା ସ୍ପଷ୍ଟ ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୧୨ ତାରିଖରେ ବୋରୱେଲରୁ ଉଦ୍ଧାର ହୋଇଥିଲା। ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ଜଙ୍ଗଲରେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ପଡ଼ିଯାଇଥିଲା। ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲ ଭିତରେ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା।

ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ। ୩ଟି ଜେସିବି ମେସିନ ସହାୟତାରେ ବୋରୱେଲକୁ ଲାଗିଥିବା ସ୍ଥାନକୁ ଖୋଳାଯାଇ ଶିଶୁ କନ୍ୟାକୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.