ପିକନିକ୍ ବସ୍ ଦୁର୍ଘଟଣାଗସ୍ତ: ୪୦ ଜଣ ଆହତ

ଓଏଲ୍ ବ୍ୟୁରୋ: କାମାକ୍ଷାନଗରରେ ସିରିଜ୍ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ପିକନିକ୍ ବସ୍ ଦୁର୍ଘଟଣାଗସ୍ତ ହୋଇ ୪୦ଜଣ ଆହତ ହୋଇଛନ୍ତି। ହାଇୱାକୁ ବସ୍ ଧକ୍କା ଦେବା ପରେ ବସ୍କୁ ପିଟିଲା ଆଉ ଏକ ଟ୍ରକ୍। ମହାବୀରରୋଡ ଥାନା ଭେଜିଆ ଛକରେ ସିରିଜ୍ ଦୁର୍ଘଟଣା ଘଟିଛି। ସମ୍ବଲପୁରରୁ ପିକ୍ନିକ ସାରି ବଡ଼ଚଣା ଫେରିବା ବେଳେ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।