ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଅନୁଷ୍ଠିତ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଏଲ୍ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ଆଜି ଶ୍ରୀନହରରେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।
ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସରରେ ଲାଗିଛି ମନ୍ଦିର ପ୍ରଶାସନ। ପ୍ରଭୁ ଲିଙ୍ଗରାଜଙ୍କ ପରେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ନିମନ୍ତ୍ରଣ କରାଯାଇଛି। ମା ବିରଜା ମନ୍ଦିରର ମୁଖ୍ୟ ପୂଜକଙ୍କୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ପୁରୀ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଏହା ସହ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଅଛି।
ନିମନ୍ତ୍ରଣ ପରେ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୁଠାଏ ଚାଉଳ ଓ ଗୁଆ ଦେଲେ। ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କ ନାଁ ଇତିହାସରେ ଲିପିବଦ୍ଧ ହେବ। ସମସ୍ତ ଜଗନ୍ନାଥପ୍ରେମୀ ଲୋକାର୍ପଣ ଉତ୍ସବରେ ଯୋଗ ଦିଅନ୍ତୁ। ଜଗନ୍ନାଥଙ୍କ ବିନା ଏ ପ୍ରକଳ୍ପ ସମ୍ଭବ ନୁହେଁ ବୋଲି ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି।