ଓଲଟିଲା ବିଏସ୍ଏଫ୍ ଭ୍ୟାନ୍; ୧୫ ଜଣ ଯବାନ ଗୁରୁତର

ଓଏଲ୍ ବ୍ୟୁରୋ: ମାଲକାନଗିରି ଛତିଶଗଡ଼ ସିମାନ୍ତ ନାରାୟଣପୁର ଜିଲ୍ଲାରେ ବିଏସ୍ଏଫ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭ୍ୟାନ୍ ଓଲଟି ୧୫ ଜଣ ଯବାନ ଗୁରୁତର ଆହାତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ସୂଚନା ରହିଛି। ସମସ୍ତ ଆହତମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ମୁତାବିକ,୪୦୭ ମେଟାଟର ଗାଡ଼ିରେ ବିଏସ୍ଏଫ ଯବାନମାନେ ଯାଉଥିଲେ କୁମ୍ଭାରୀ ଗ୍ରାମ ନିକଟରେ ହୋଇଥିଲା ଦୁର୍ଘଟଣା। ଗାଡ଼ିଟି କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗୁରୁତର ଯବାନଙ୍କୁ ନାରାୟଣପୁର ଏସପି ପୁଷ୍କର ଶର୍ମା ଭେଟିଛନ୍ତି।