ବିଲ୍କିସ୍ ବାନୋ ମାମଲା: ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ବିଲ୍କିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ପୁଣି ଜେଲ୍ ଯିବେ ମାମଲାର ୧୧ ଜଣ ଦୋଷୀ। ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ। ୨୦୨୨ରେ ୧୧ ଦୋଷୀଙ୍କୁ ଗୁଜରାଟ ସରକାର ମୁକ୍ତ କରିଥିଲେ। ଆଜୀବନ ସଜ୍ଜା ପାଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା। ତେବେ ଆଜି ଏନେଇ ବଡ଼ ରାୟ ଦେଇଛନ୍ତି।
ସୂଚନା ଅନୁସାରେ, ୨୦୦୨ ଗୁଜରାଟ ଦଙ୍ଗା କାଳରେ ନିଜେ ଗଣଦୁଷ୍କର୍ମର ଶିକାର ହେବା ସହ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ବିଲକିସ୍ ବାନୋ ୨୦୨୨ ନଭେମ୍ବରରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦେଶର ଶୀର୍ଷ ଅଦାଲତରେ ସେ କରିଥିବା ଆବେଦନରେ କହିଥିଲେ ଯେ ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ଅପରାଧୀମାନଙ୍କର ସରକାର ଦଣ୍ଡଛାଡ଼ କରି ସେମାନଙ୍କୁ ମୁକ୍ତ କରିଦେବା ଘଟଣା ସମାଜର ବିବେକକୁ ଦୋହଲାଇ ଦେଇଛି।