Odisha Link
Bridging the Missing Links in Odisha

ହୀରାକୁଦରେ ଆରମ୍ଭ ହେଲା ପକ୍ଷୀ ଗଣନା; ଜଳଭଣ୍ଡାର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ

ଓଏଲ୍‌ ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ହୀରାକୁଦ ୱାଇଲ୍ଡ ଲାଇଭ ଡିଜିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ଼ ସଂଲଗ୍ନ ଜଳଭଣ୍ଡାରରେ ଗଣନା କରାଯାଉଛି। ହୀରାକୁଦ ଡ୍ୟାମଠୁ ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ଗଣନା ହେବ। ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯାଉଛି। ସକାଳ ୬ଟାରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣାଯିବ।

ଏଥିପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି। ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ଓ ଗଣନାକାରୀଙ୍କ ସହ ୭୮ ଜଣ ସାମିଲ ହୋଇଛନ୍ତି। ତେବେ ବିଦେଶୀ ପକ୍ଷୀମାନଙ୍କର ଆଗମନ ପୂର୍ବବର୍ଷ ତୁଳନାରେ ଅଧିକ ଥିବା ଜଣାପଡ଼ିଛି। ଗଣନା ପାଇଁ ବାଇନାକୁଲାର ଓ ଲାଇଫ ଜାକେଟ୍ ସହ ୩୨ଟି ମତ୍ସ୍ୟଜୀବୀ ଡଙ୍ଗା ସାମିଲ ହୋଇଛି। ସେଥିପାଇଁ ଗତକାଲିଠୁ ହୀରାକୁଦ ଜଳଭଣ୍ଡାର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

Leave A Reply

Your email address will not be published.