ନୟାଗଡ଼ ଗସ୍ତରେ ରାଜ୍ୟପାଳ; ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି କାର୍ଯ୍ୟକ୍ରମ

ଓଏଲ୍ ବ୍ୟୁରୋ: ଦିନିକିଆ ନୟାଗଡ଼ ଗସ୍ତରେ ରାଜ୍ୟପାଳ ରଘୁବର ଦାସ। ଲେଙ୍କୁଡ଼ିପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହା ସହ ଅଙ୍ଗନବାଡ଼ି କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁସାରେ, ପୂର୍ବରୁ ଦିନିକିଆ ଭଦ୍ରକ ଗସ୍ତରେ ଯାଇଥିଲେ ରାଜ୍ୟପାଳ ରଘୁବର ଦାଶ। ରାଜ୍ୟପାଳ ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ପିଲା ଓ ତାଙ୍କ ଅଭିଭାବକମାନଙ୍କ ସହ ପୋଷଣ ଯୋଜନା, ପାଠପଢ଼ା ଓ ପୁଷ୍ଟିକର ଖାଦ୍ୟ ବାବଦରେ ଆଲୋଚନା କରିଥିଲେ।