ରାଜ୍ୟ ପରିବହନ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହୃତ, ଧର୍ମଘଟରୁ ଓହରିଲେ ଶ୍ରମିକ

ଓଏଲ୍ ବ୍ୟୁରୋ: ରାଜ୍ୟରେ ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ଧର୍ମଘଟ ଆରମ୍ଭ ହୋଇଥିଲା। ଟ୍ରାନ୍ସପୋର୍ଟ କର୍ମଚାରୀ ଆନ୍ଦୋଳନ ବର୍ତ୍ତମାନ ପ୍ରତ୍ୟାହୃତ ହୋଇଛି। ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି। ମୁଖ୍ୟ ସଚିବ, ପରିବହନ ସଚିବଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି।
ଅନ୍ୟପଟେ, ସ୍ଥଗିତ ରହିଲା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ସ୍ବାଭାବିକ ହେଲା ଯାନବାହାନ ଚଳାଚଳ। ଏଥିସହିତ ଦୂର ହେଲା ଯାତ୍ରୀଙ୍କ ଯନ୍ତ୍ରଣା। କେନ୍ଦ୍ର ସରକାରଙ୍କ ‘ହିଟ୍ ଏଣ୍ଡ ରନ୍’ ଆଇନ ଓ ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ୩ଦିନ ଧରି ଚାଲିଥିବା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସ୍ଥଗିତ ରଖିବା ଲାଗି ସଂଘ ଘୋଷଣା କରିବା ପରେ ସ୍ବାଭାବିକ ହୋଇଛି ଗାଡ଼ି ଚଳାଚଳ।