ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ; ଏଣିକି ଶିକ୍ଷକ ଦେବେ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ

ଓଏଲ୍ ବ୍ୟୁରୋ: ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ। ଶିକ୍ଷାନୁଷ୍ଠାନରେ ନାମ ଲେଖା ବେଳେ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ। କେବଳ ଛାତ୍ରଛାତ୍ରୀ ନୁହେଁ ବରଂ ଏଣିକି ଶିକ୍ଷକ ଦେବେ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ। କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ୍। ଶିକ୍ଷକମାନଙ୍କୁ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ ଦେବାକୁ ସୁପାରିସ୍ କରାଯାଇଛି। ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନେଇଛି। ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ସୁପାରିସ୍ ହୋଇଛି।
ସୂଚନା ଅନୁସାରେ, ପୂର୍ବରୁ ଛାତ୍ରଙ୍କୁ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ ଦେବାକୁ ନିର୍ଦ୍ଦେଶ ରହିଛି। ଉଚ୍ଚ ଶିକ୍ଷା କରୁଥିବା ଯାଏଁ ନିଶାସେବନ କରିବେ ନାହିଁ ଛାତ୍ରଛାତ୍ରୀ। ଏନେଇ ନାମଲେଖା ବେଳେ କଲେଜକୁ ଲିଖିତ ଭାବେ ଜଣାଇବେ। ନିଶାମୁକ୍ତ ଓ ଅପରାଧ ମୁକ୍ତ କ୍ୟାମ୍ପସ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାନାମା ଜାରି କରିଛି।
ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ନାମ ଲେଖା ବେଳେ ଛାତ୍ରଛାତ୍ରୀମାନେ ଏକେ ଘୋଷଣାନାମାରେ ଦସ୍ତଖତ କରିବେ। କ୍ୟାମ୍ପସରେ ନିଶା ସେବନ କରିବେ ନାହିଁ, ଯଦି କ୍ୟାମ୍ପସ ଭିତରେ ନିଶା ସେବନ ଦେଖନ୍ତି, ତେବେ ତୁରନ୍ତ କର୍ତୃପକ୍ଷଙ୍କୁ ଜଣାଇବା ସହ କ୍ୟାମ୍ପସକୁ ନିଶାମୁକ୍ତ କରିବା ଦିଗରେ ସହଯୋଗ କରିବେ। ଘୋଷଣାନାମାରେ ଛାତ୍ରଛାତ୍ରୀଙ୍କ ନାମ, ବାପାଙ୍କ ନାମ ଏବଂ କେଉଁ ପାଠ୍ୟକ୍ରମରେ କେତେ ବର୍ଷ ଯାଏଁ ପଢିବେ ତାହା ଉଲ୍ଲେଖ ରହିବ।