Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ନୟାଗଡ଼ ଏମଭିଆଇ; ଠାବ ହେଲା ବିପୁଳ ସଂପତ୍ତି

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ଚାଲିଛି। ଭିଜିଲାନ୍ସ ଜାଲରେ ପଡିଥିବା ଏମଭିଆଇ ହେଉଛନ୍ତି ପଞ୍ଚାନନ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇ ପଞ୍ଚାନନ ବେହେରାଙ୍କ ବାସଭବନ ସହ ଭଡା ଘରେ ଚଢ଼ାଉ କରାଯାଉଛି। ନିଶ୍ଚିତକୋଇଲି ବାଲିଅପଦା ସ୍ଥିତ ଘର ସମେତ ୭ଟି ଜାଗାରେ ଚାଲିଛି ଚଢ଼ାଉ। ୫ଜଣିଆ ଟିମ୍ ଛାନଭିନ କରୁଥିବା ସୂଚନା ରହିଛି।

ଭିଜିଲାନ୍ସ ଚଢ଼ାଉ ସମୟରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ବିପୁଳ ସଂପତ୍ତି ଠାବ ହୋଇଛି। ଏକକାଳୀନ ୭ଟି ସ୍ଥାନରେ ରେଡ୍‌ ପରେ ଠାବ କଲା ଭିଜିଲାନ୍ସ। ଭୁବନେଶ୍ୱରରେ ୧୦ଟି ବେନାମୀ ପ୍ଲଟ ସମେତ ମୋଟ୍ ୨୭ଟି ପ୍ଲଟ ଠାବ କରାଯାଇଛି। ୪ଟି ବେନାମୀ ୪ ଚକିଆ ଗାଡ଼ି ସହ ଅନ୍ୟ ସମ୍ପତ୍ତି ଠାବ ହୋଇଛି।

Leave A Reply

Your email address will not be published.