Odisha Link
Bridging the Missing Links in Odisha

ଉପାନ୍ତରେ ରୂପାନ୍ତରଣ ଚିତ୍ର; ବିମାନବନ୍ଦର ଲୋକାର୍ପଣ ସହ ଟର୍ମିନାଲ-୨ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆକାଶ ପଥରେ ଯୋଡ଼ି ହେଲା ସ୍ୱାଭିମାନ ଅଞ୍ଚଳ। ବିକାଶର ନୂଆ ଅଧ୍ୟାୟରେ ସାମିଲ ହେଲା ମାଲକାନଗିରି। ବିଧିବଦ୍ଧ ଭାବେ ମାଲକାନଗିରି ବିମାନ ବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡାଣ ଆରମ୍ଭ ହୋଇଥିଲା। ଆଜି ମାଲକାନଗିରି ବିମାନ ବନ୍ଦର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ ହୋଇଛି। ବିମାନବନ୍ଦର ଲୋକାର୍ପଣ ପରେ ଟର୍ମିନାଲ-୨ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ। ସାଙ୍ଗରେ ଅଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ୨୩୪ ଏକର ଜମିରେ ବିମାନବନ୍ଦର ପରିବ୍ୟାପ୍ତ ହୋଇଛି।

ସୂଚନା ଥାଉକି, ମାଲକାନଗିରି ସହର ଉପକଣ୍ଠରେ ନିର୍ମାଣ ହୋଇ ଥିବା ବିମାନବନ୍ଦରର ରନୱେ କାମ ଶେଷ ହେବା ପରେ ରନେଓର ଟ୍ରାଏଲ ରନ ଶେଷ ହୋଇଛି। ପ୍ରଥମଥର କରି ବି-ଟୁ ୧୦୦ ଜିଟି ବିମାନ ମାଲକାନଗିରି ଆକାଶରେ ଉଡିବା ଦେଖି ଜିଲ୍ଲା ବାସୀ ବେଶ ଉତ୍ସାହିତ ହେବା ସହ ଖୁବ ଶିଘ୍ର ଯାତ୍ରୀବାହି ବିମାନ ଉଡିବା ନେଇ ଆଶା ବାନ୍ଧିଛନ୍ତି ଜିଲ୍ଲାବାସୀ। ତେବେ ଆଜି ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନ ବନ୍ଦରକୁ ଉଦଘାଟନ କରିଛନ୍ତି। ଆଗକୁ ସମ୍ପ୍ରସାରଣ ହେଲେ ଏୟାରବସ ଏ-୩୨୦ ଓ ବୋଇଙ୍ଗ- ୭୩୭ ମଧ୍ୟ ଅବତରଣ କରିବା ସମ୍ଭବ ବୋଲି ଜଣା ପଡିଛି।

ମାଲକାନଗିରି ବିମାନ ବନ୍ଦରର ଲମ୍ବ ୧୬୨୦ ମିଟର। ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୨୩୪ ଏକର ଜମି ଯୋଗାଇଦେଇଛନ୍ତି। ଅକ୍ଟୋବର ୨୦୨୨ରେ ୩୦ କୋଟି ମୂଲ୍ୟରେ ଏହି ବିମାନ ବନ୍ଦର ନିର୍ମାଣ କାମ ଆରମ୍ଭ ହୋଇ ଥିବାବେଳେ ନିର୍ଧାରିତ ସମୟ ସୀମାରେ ଏହାର ନିର୍ମାଣ କାମ ଶେଷ ହୋଇଛି।

Leave A Reply

Your email address will not be published.