Odisha Link
Bridging the Missing Links in Odisha

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଆକାଶ ଏନଜି’ର ପରୀକ୍ଷଣ; ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିମି

ଓଏଲ୍‌ ବ୍ୟୁରୋ: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଆକାଶ ଏନଜି’ର ପରୀକ୍ଷଣ ଶେଷ ହୋଇଛି। ଆଇଟିଆର୍‌ ପକ୍ଷରୁ ଦିନ ୧୧ଟା ୧୦ ମିନିଟରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି। ଆକାଶ ଏନଜି’ର ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲୋମିଟର ରହିଛି।

ସୂଚନା ଅନୁସାରେ, ପୂର୍ବରୁ ଡିସେମ୍ବର ୭ରେ ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଥିଲା। ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଥିଲା।

Leave A Reply

Your email address will not be published.