ହୀରାକୁଦରେ ପକ୍ଷୀ ଗଣନା ଶେଷ; ଚଳିତବର୍ଷ ଡ୍ୟାମ୍କୁ ଆସିଛନ୍ତି ୨୦ ପ୍ରଜାତିର ନୂଆ ପକ୍ଷୀ
ଓଏଲ୍ ବ୍ୟୁରୋ: ହୀରାକୁଦ ଡ୍ୟାମରେ ଚଳିତବର୍ଷର ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ହୀରାକୁଦ ଡ୍ୟାମ୍କୁ ଆସିଛନ୍ତି ୨୦ଟି ନୂଆ ପ୍ରଜାତିର ପକ୍ଷୀ। ଏ ବର୍ଷ ହୀରାକୁଦକୁ ଆସିଛନ୍ତି ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀ। ଗତବର୍ଷ ହୀରାକୁଦକୁ ଆସିଥିଲେ ୩ ଲକ୍ଷ ୧୬ ହଜାର ୬୭୬ ପକ୍ଷୀ। ସୋମବାର ଠାରୁ ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା।
ହୀରାକୁଦ ୱାଇଲ୍ଡ ଲାଇଭ ଡିଭିଜନ ପକ୍ଷରୁ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯାଇଛି। ଡ୍ୟାମର ୫ଶହ ବର୍ଗ କି.ମି ଅଞ୍ଚଳକୁ ମୋଟ ୨୧ଟି ସେଣ୍ଟରରେ ବିଭକ୍ତ କରାଯାଇ ଗଣନା କାର୍ଯ୍ୟ କରାଯାଇଥିଲା। ପକ୍ଷୀ ଗଣନା ପାଇଁ ୩୨ଟି ଟିମ୍ରେ ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡା ବନ ବିଭାଗ ମଧ୍ୟ ସାମିଲ ହୋଇଥିଲେ। ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ମାନେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।