‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ; “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ
ଓଏଲ୍ ବ୍ୟୁରୋ: ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେ ସଂଗୃହିତ ନୂତନ ଓ ପୁରୁଣା ବସ୍ତ୍ରଗୁଡିକୁ ଗତକାଲି ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ସାଇନ୍ସ ପାର୍କ ବସ୍ତିଠାରେ ବଣ୍ଟନ କରାଯାଇଥିଲା। ଏଠାରେ ୨୦୦ ନୂତନ କମ୍ବଳ, ନୂତନ ଓ ପୁରୁଣା ବସ୍ତ୍ର ବଣ୍ଟନ କରାଯାଇଥିଲା। “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ନୂତନ ଓ ପୁରୁଣା ବସ୍ତ୍ରଗୁଡିକୁ ଯେଉଁମାନଙ୍କର ବସ୍ତ୍ରର ଅଭାବ ଅଛି ସେହିମାନଙ୍କୁ ବଣ୍ଟନ କରାଯାଇଥିଲା। ବସ୍ତ୍ର ଅଭାବ ଥିବା ଲୋକମାନଙ୍କୁ ଖଣ୍ଡେ ବସ୍ତ୍ର ଓ ଖଣ୍ଡେ କମ୍ବଳ ଦେଇ ସେହିମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ‘ଉଡ୍ର’ ତରଫରୁ ଏହା ଏକ ଛୋଟ ପ୍ରୟାସ ଥିଲା।
‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ୍ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଓ ପୁରୁଣା ବସ୍ତ୍ର ସଂଗ୍ରହକରି ବିଭିନ୍ନ ଗରିବ ଶ୍ରେଣୀର ଲୋକମାନଙ୍କ ପାଖରେ ପହଂଚାଇଛି। ଯେଉଁମାନଙ୍କ ପାଖରେ ବଳକା ବସ୍ତ୍ର ଅଛି କିମ୍ବା ନୂତନ ବସ୍ତ୍ରଦାନ କରିବାପାଇଁ ଇଛା ଅଛି ସେମାନେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ଏହି ଅଭିଯାନରେ ଦେଇପାରିବେ ବୋଲି ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ କହିଥିଲେ। ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ କହିଥିଲେ ଏହା ମାଧ୍ୟମରେ ଆପଣ ଆପଣଙ୍କ ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ। ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। ପୂର୍ବବର୍ଷ ୩୦ ହଜାରରୁ ଉର୍ଦ୍ଧ ପୁରୁଣା ଓ ନୂତନ ବସ୍ତ୍ର ବଣ୍ଟନ କରାଯାଇଥିଲା।
ଏହି ବଣ୍ଟନ କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଓଡିଆ ଚଳଚିତ୍ର ପ୍ରଯୋଜକ ରୁପେଶ କୁମାର ନାୟକ, ପ୍ରଣୟ ଜେଠୀ, ସାଇନ୍ସ ପାର୍କ ବସ୍ତିର କର୍ପୋରେଟର ଝରଣାରାଣୀ ପତି, ବସ୍ତିର ସଭାପତି ରାମଚନ୍ତ୍ର ମାଝୀ, ସଂପାଦକ ସୁରେଶ ଚନ୍ଦ୍ର ମିଶ୍ର, ସାହେବ୍ ପତି, ଗୋଲାପ ବାଇ ବନ୍ଧନ, ରୀନା ବରାଦ, ରଜନୀଗନ୍ଧା ସାହୁ, ଲକ୍ଷ୍ମୀ ପରିଡା, ରଞ୍ଜିତା ଦଳାଇ, ବନିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ସୌଦାମିନୀ ସାରଦା, ଅମୂଲ୍ୟ ସ୍ୱାଇଁ, ବିଶ୍ୱରଞ୍ଜନ ପଣ୍ଡା, ବାବୁ ବାବୁ, ଇପ୍ସିତା ପ୍ରିୟଦର୍ଶିନୀ, ୟାମିନୀ, ପବନ ପାତ୍ରୋ, ଭାଗ୍ୟଧର ସାମଲ, କିଶୋର ଦାସ, ଅଂଶ ଦାସନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।