Odisha Link
Bridging the Missing Links in Odisha

ପରିକ୍ରମା ଲୋକାର୍ପଣ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ମୁତୟନ ହେବେ ୪୪ ପ୍ଲାଟୁନ୍‌ ଫୋର୍ସ

ଓଏଲ୍‌ ବ୍ୟୁରୋ: ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ଆଉ ସୁରକ୍ଷା ଦୃଷ୍ଟିରୁ ୧୪ତାରିଖରୁ ସମ୍ପୂର୍ଣ୍ଣ ଅଂଚଳକୁ ପୁରୀ ପୁଲିସ ନିଜ ନିୟନ୍ତ୍ରଣକୁ ନେବ। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହେବ କାର୍ଯ୍ୟକ୍ରମ। ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ। ଏହା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି କଡ଼ା ସୁରକ୍ଷା ବ୍ୟବସ୍ତା କରାଯାଇଛି। ୫ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ୪୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ୧୨ରୁ ୧୫ ଓ ୧୬ରୁ ୧୭ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ରହିବ। ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି।

Leave A Reply

Your email address will not be published.