ଅସହ୍ୟ ହେଲା ଫସଲ ନଷ୍ଟ ହେବାର ଦୁଃଖ! ଆଖିବୁଝିଲେ ଚାଷୀ

ଓଏଲ୍ ବ୍ୟୁରୋ: ପୁଣି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଗତ କାଲି ବିଷ ପିଇ ଗୁରୁତର ଅବସ୍ଥାରେ ବିବିଏମ୍ସିରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଚାଷୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଲରମ୍ଭା ଥାନା ମୁଦଲସର ଗାଁର ସନ୍ତୋଷ ଜେନା। ୪ ଏକର ଫସଲ ପୋକ ଲାଗି ନଷ୍ଟ ହେବାରୁ କ୍ଷତି ସହିଥିଲେ।