ସ୍ଥଳସେନା ମୁଖ୍ୟଙ୍କ ବଡ଼ ବୟାନ, କହିଲେ- ଜମ୍ମୁ କଶ୍ମୀରରେ ବଢିଛି ଆତଙ୍କବାଦୀ କାର୍ଯ୍ୟକଳାପ
![](https://www.odishalink.com/wp-content/uploads/2024/01/WhatsApp-Image-2024-01-15-at-18.56.49-750x430.jpeg)
ଓଏଲ୍ ବ୍ୟୁରୋ: ଆଜି ହେଉଛି ଭାରତୀୟ ସ୍ଥଳ ସେନା ଦିବସ। ଦେଶ ପାଇଁ ସେନାଙ୍କ ବୀରତ୍ୱ ଓ ବଳିଦାନକୁ ମନେ ରଖିବା ପାଇଁ ଆଜି ହେଉଛି ଦିନଟିଏ। ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ସେନା ଦିବସ ପାଳନ କରାଯାଏ। ଏହି ଦିନ ଭାରତୀୟ ଯବାନଙ୍କ ସମ୍ମାନର ଦିନ ଯିଏ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି। ଭାରତୀୟ ସେନାଙ୍କ ପାଇଁ ଆଜିର ଦିନ ବହୁତ ଖାସ। କାରଣ ଆଜିର ଦିନରେ ଫିଲ୍ଡ ମାର୍ଶଲ କେଏମ କାରିୟପ୍ପା ସେନାର ପ୍ରଥମ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଜର ଅଭିଭାଷଣ ରଖିଛନ୍ତି। ସେନା କିଭଳି ମଣିପୁର ସ୍ଥିତିକୁ ଆୟତ୍ତ କରିଛି ସେ ସମ୍ପର୍କରେ କହିଛନ୍ତି।ଏଥିସହ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଥିବା କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ।
ସେ ଆହୁରି କହିଛନ୍ତି, ମଣିପୁରରେ ଭାରତୀୟ ସେନା ଓ ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ହିଂସାତ୍ମକ ସ୍ଥିତିକୁ ଆୟତ୍ତ କରାଯାଇପାରିଛି। ବିଦ୍ରୋହୀମାନଙ୍କ ସହ ଆଲୋଚନା ଯୋଗୁଁ ମଧ୍ୟ ଉତ୍ତର ପୂର୍ବରେ ବିକାଶ ଘଟିଛି।ଯେଉଁଥିପାଇଁ ସେହି ଅଞ୍ଚଳରେ ସକରାତ୍ମକ ବିକାଶ ମଧ୍ୟ ଘଟିଛି।
ଜମ୍ମ-କଶ୍ମୀର ପ୍ରସଙ୍ଗରେ ଶ୍ରୀ ପାଣ୍ଡେ କହିଛନ୍ତି, କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ପଶ୍ଚିମ ସୀମାରେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି କିନ୍ତୁ ଗତ କିଛି ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଛି। ଏଲଓସିର କିଛି ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଂଘନ ମଧ୍ୟ ହୋଇଛି। ବର୍ତ୍ତମାନ ସବୁ ପ୍ରକାର ସ୍ଥିତିକୁ ମୁକାବିଲା ପାଇଁ ସେନା ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।