Odisha Link
Bridging the Missing Links in Odisha

ବଢ଼ିଲା ବିଏସକେୱାଇ୍ କାର୍ଡର ପଞ୍ଜିକରଣ ଅବଧି; ଜାଣନ୍ତୁ କେମିତି କରିବେ ଆବେଦନ

ଓଏଲ୍‌ ବ୍ୟୁରୋ: ଟଙ୍କା ପାଇଁ ରାଜ୍ୟରେ କାହାରି ଚିକିତ୍ସାରେ ଅବହେଳା ହେବ ନାହିଁ। ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଉ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ନୂଆ ବର୍ଷରୁ ବିଏସକେୱାଇ୍-ନବୀନ କାର୍ଡର ଶୁଭାରମ୍ଭ ହୋଇଛି। ଗତ ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହୋଇଥିଲା। ପଞ୍ଚାୟତ ସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ ଅବଧି ଥିବାବେଳେ ତାହା ବୃଦ୍ଧି କରାଯାଇଛି। ଜାନୁଆରୀ ୨୬ ତାରିଖ ଯାଏଁ ଅନଲାଇନ୍ ପଞ୍ଜୀକରଣ ବଢ଼ିଲା। ଅନଲାଇନ୍ ପଞ୍ଜୀକରଣ ଅବଧି ବୃଦ୍ଧି ନେଇ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି।

ଡବ୍ଲୁଡବ୍ଲୁଡବ୍ଲୁ.ବିଏସକେୱାଇନବୀନ.ଓଡିଶା.ଜିଓଭି.ଇନ୍ ଜରିଆରେ ଜଣେ ବ୍ୟକ୍ତି ନିଜ କାର୍ଡ ପାଇଁ ଆବେଦନ କରିପାରିବେ।

କେମିତି କରିବେ ନବୀନ କାର୍ଡ ପାଇଁ ଆବେଦନ?

ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବିଏସ୍କେୱାଇ୍-ନବୀନ କାର୍ଡର ଅନଲାଇନ୍ ପଞ୍ଜିକରଣ। ପାଖରେ ରାସନକାର୍ଡ ନଥିଲେ ବି ବିଏସ୍କେୱାଇ୍-ନବୀନ କାର୍ଡ ପାଇଁ କରିପାରିବେ ଆବେଦନ। ମୋ ସେବା କେନ୍ଦ୍ରରେ ବିନା ଦେୟରେ କରିପାରିବେ ଆବେଦନ। ଅଫଲାଇନ୍ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ। ସରକାରୀ ଚାକିରିଆ, ପେନସନ୍ଭୋଗୀ ଓ ଆୟକରଦାତା ଏ ସୁବିଧା ପାଇପାରିବେ ନାହିଁ। ରାସନକାର୍ଡ ନାହିଁ, ସେମାନେ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଅନଲାଇନ୍ ଆବେଦନ କରିପାରିବେ।

ପଞ୍ଜିକରଣ ପାଇଁ ଆବଶ୍ୟକୀୟ କାଗଜପତ୍ର:

ପରିବାର ମୁଖ୍ୟଙ୍କ ନାଁରେ ପଂଜିକରଣ ହେବା ଆବଶ୍ୟକ। ଦରଖାସ୍ତକାରୀଙ୍କ ପାଇଁ ଆଧାର ଭିତିକ ଇ-କେ.ଓାଇ.ସି ବାଧ୍ୟତାମୂଳକ। ୧୮ ବର୍ଷରୁ ଊଦ୍ଧ୍ୱର୍ ସଦସ୍ୟମାନଙ୍କର ଭୋଟ ପରିଚୟ ପତ୍ର ଥିବା ଆବଶ୍ୟକ। ଦରଖାସ୍ତକାରୀଙ୍କର ସକ୍ରିୟ ମୋବାଇଲ ନମ୍ବର ଆଧାର କାର୍ଡ ସହ ସଂଯୋଗ ହୋଇଥିବ। ଯଦି ୫ ବର୍ଷରୁ କମ ପିଲାଙ୍କ ଆଧାର କାର୍ଡ ନଥିବ, ତେବେ ୩୦ ଜୁନ ସୁ୍ଦ୍ଧା ପିଲାଙ୍କ ଆଧାର ନମ୍ବର ଦାଖଲ ନିମନ୍ତେ ଅଣ୍ଡରଟେକିଂ ଦେବା ବାଧ୍ୟତାମୂଳକ।

Leave A Reply

Your email address will not be published.