ଡିଜିସିଏ ତଥ୍ୟ: ଘରୋଇ ବିମାନରେ ଯାତ୍ରା କରିଛନ୍ତି ସର୍ବାଧିକ ଯାତ୍ରୀ
ଓଏଲ୍ ବ୍ୟୁରୋ: ୨୦୨୩ରେ ରେକର୍ଡ କଲା ଘରୋଇ ବିମାନ। ୨୦୨୩ ବର୍ଷରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ରେକର୍ଡ ବୃଦ୍ଧି ହୋଇଛି। ଡିଜିସିଏ ତଥ୍ୟ ଅନୁସାରେ କୋଭିଡ ପୂର୍ବର ବର୍ଷକୁ ମଧ୍ୟ ଟପିଲା ସଂଖ୍ୟା। ୨୦୨୩ରେ ୧୫.୨ କୋଟି ଯାତ୍ରୀ ଦେଶ ଭିତରେ ଯାତ୍ରା କରିଛନ୍ତି। ୨୦୧୯ରେ ୧୪.୪ କୋଟି ଲୋକ ଦେଶରେ ବିମାନ ଯାତ୍ରା କରିଥିଲେ।
ଇଣ୍ଡିଗୋରେ ସର୍ବାଧିକ ୬୦.୫ ପ୍ରତିଶତ, ଟାଟା ଗ୍ରୁପ୍ ବିମାନରେ ୨୬ ପ୍ରତିଶତ ଯାତ୍ରା କରିଛନ୍ତି। ଡିସେମ୍ବରରେ ବିଳମ୍ବ ପାଇଁ ୫.୪ କୋଟି ଭରିଛି ବିମାନ ଉଡ଼ାଣ ସଂସ୍ଥା। ଗତ ଡିସେମ୍ବରରେ ସର୍ବାଧିକ ୩.୬ ଲକ୍ଷ ଯାତ୍ରୀ ବିଳମ୍ବ ପାଇଁ ହଟହଟା ହୋଇଥିବା ଡିଜିସିଏ ରିପୋର୍ଟରେ ସ୍ପଷ୍ଟ ହୋଇଛି।