Odisha Link
Bridging the Missing Links in Odisha

ବିମାନ ଉଡାଣରେ ବିଳମ୍ବ ହେଲେ ଆଗୁଆ ଆସିବ ମେସେଜ; ହ୍ୱାଟ୍ସଆପରେ ମିଳିବ ଅପଡେଟ୍

ଓଏଲ୍‌ ବ୍ୟୁରୋ: ସମୟେ ସମୟେ ବିମାନ ସେବାର ବାଧା ବିଘ୍ନ ଦେଖାଯାଏ। ଯାହା ଦ୍ଵାରା ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେବେ ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ। ଇଣ୍ଡିଗୋ ବିମାନ ଘଟଣା ପରେ ଡିଜିସିଏ ପକ୍ଷରୁ ଏନେଇ ଏସଓପି ଜାରି କରାଯାଇଛି। ଉତମ ଯୋଗାଯୋଗ ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ଏସଓପି ଜାରି କରଯାଇଛି।

ବିମାନ ଉଡାଣରେ ବିଳମ୍ବ ହେବାକୁ ଥିଲେ ତୁରନ୍ତ ଲୋକଙ୍କ ଅସୁବିଧା ନେଇ ସୂଚନା ଦେବାକୁ ଜାରି ହୋଇଥିବା ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି। ବିମାନ ବିଳମ୍ବ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଯାତ୍ରୀଙ୍କୁ ଏସଏମଏସ କିମ୍ବା ଇମେଲ ଦ୍ୱାରା ଆଗୁଆ ସୂଚନା ଦିଆଯିବ। ବିମାନ ଉଡାଣରେ ବିଳମ୍ବ ହେଉଥିଲେ ବନ୍ଦରରେ ଅପେକ୍ଷାରତ ଯାତ୍ରୀଙ୍କୁ ଏୟାରଲାଇନ୍ସର କର୍ମଚାରୀମାନେ କାହିଁକି ବିଳମ୍ବ ହେଉଛି ବୁଝାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଘନ କୁହୁଡି କିମ୍ବା ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ନେଇ ଅଧିକ ବିଳମ୍ବ ଆଶଙ୍କା ଥିଲେ ସମୃକ୍ତ କମ୍ପାନୀ ଉଡାଣକୁ ରଦ୍ଦ କରିପାରିବେ, କିନ୍ତୁ ଏଥିପାଇଁ ସମୟ ପୂର୍ବରୁ ପଦକ୍ଷେପ ଗ୍ରହଣ କରିବାକୁ ଜାରି ହୋଇଥିବା ଏସଓପିରେ ନିର୍ଦ୍ଦେଶ ଦେଇଛି ଡିଜିସିଏ। ବିମାନ ସେବା ବିଳମ୍ବିତ ହେବା କାରଣରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି।

Leave A Reply

Your email address will not be published.