ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ: ପ୍ରତି ଜିଲ୍ଲାରୁ ପୁରୀକୁ ଗଡିବ ‘ଜଗନ୍ନାଥ ଏକ୍ସପ୍ରେସ୍’
ଓଏଲ୍ ବ୍ୟୁରୋ: ଆହୁରି ସହଜ ହେବ ଜଗା ଦର୍ଶନ। ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପ୍ରତି ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଏସି ବସ୍ ଯୋଜନା ଆରମ୍ଭ ହେବ। ଲକ୍ଷ୍ମୀ ଯୋଜନାର ତୃତୀୟ ସୋପାନରେ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ୍’। ଏସି ଡିଲକ୍ସ ବସ୍ରେ ଜିଲ୍ଲା ମୁଖ୍ୟାଳୟରୁ ଲୋକେ ଆସିପାରିବେ। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ପ୍ରତିବସ୍ ଭୁବନେଶ୍ୱର ଦେଇ ଯିବ ବୋଲି ଓଏସଆରଟିସି ଅତିରିକ୍ତ ସଚିବ କହିଛନ୍ତି।
ସୂଚନା ଥାଉକି, ପୂର୍ବରୁ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଲକ୍ଷ୍ମୀ ଯୋଜନାରେ ବିଭିନ୍ନ ଜିଲ୍ଲାରେ ବସ ଚଳାଚଳ ଆରମ୍ଭ ହୋଇଛି। ତେବେ ଏଥର ‘ଜଗନ୍ନାଥ ଏକ୍ସପ୍ରେସ୍’ ଲୋକଙ୍କ ପୁରୀ ଗମନାଗମନକୁ ସରଳ କରିବ। ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସ ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ। ଆଧ୍ୟାତ୍ମିକ ପରିବେଶ ସହ ଯୋଡି ହେବା ପାଇଁ ମାଧ୍ୟମ ମଧ୍ୟ ସହଜ ହେବ।