୨୦୧୫ରେ ଛାଡ଼ିଥିଲେ କଂଗ୍ରେସ, ୯ ବର୍ଷ ପରେ ହାତ ଧରିଲେ ଗମାଙ୍ଗ ପରିବାର

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର ପାଇଁ ବିଜୟ ମୁକୁଟ ପିନ୍ଧିବା ପାଇଁ ଆପଣାଇଛି ସ୍ବତନ୍ତ୍ର ରଣନୀତି।
ଏହାରି ମଧ୍ୟରେ କଂଗ୍ରେସ ଆଜି କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟ। ଆଜି ନୂଆଦିଲ୍ଲୀରେ ଗିରିଧର, ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ତାଙ୍କ ସହ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ, ଗିରିଧାରୀ ଗମାଙ୍ଗ ଓ ତାଙ୍କ ପରିବାର ୨୦୧୫ରେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ମିଶିଥିଲେ। ସେଠାରେ ସେ କ୍ଷମତା ଠାରୁ ଦୁରେଇ ରହିବା ପରେ ବିଜେପି ଛାଡି ଭାରତୀୟ ରାଷ୍ଟ୍ରୀୟ ସମିତିରେ ମିଶିଥିଲେ। ସେଠାରେ ବି ନିରାଶ ହେବା ପରେ ଏବେ ପୁଣି କଂଗ୍ରେସକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଗମାଙ୍ଗ ପରିବାରର ଦଳ ଡିଆଁ କାର୍ଯ୍ୟକ୍ରମ ଏବେ ଚର୍ଚାର ବିଷୟ ପାଲଟିଛି।