ମନ୍ତ୍ରଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ; ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଓଏଲ୍ ବ୍ୟୁରୋ: ଝଲସୁଛି ଶ୍ରୀକ୍ଷେତ୍ର। ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ପୁରୀ ବଡଦାଣ୍ଡ। ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ ରାଜା ଗଜପତି। ୧୦ରୁ ୧୧ଟା ଭିତରେ ସବୁ ଅତିଥି ଆସି ପୁରୀ ପହଞ୍ଚିଯିବେ। ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ପହଞ୍ଚିବେ। ଶ୍ରୀସେତୁ ଓ ଶ୍ରୀମାର୍ଗର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଅନ୍ୟପଟେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆଜି ମହାଯଜ୍ଞର ଶେଷ ଦିନ। ଶ୍ରୀମନ୍ଦିର ଚାରିଦ୍ୱାର ଋଗ, ସାମ, ଯର୍ଜୁ ଓ ଅଥର୍ବ ବେଦ ମନ୍ତ୍ରରେ ପ୍ରକମ୍ପିତ ହୋଇଛି। ନିର୍ଦ୍ଦାରିତ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀକ୍ଷେତ୍ରରେ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଯଜ୍ଞ ଲାଗି ପୂଜାର୍ଚ୍ଚନା ଚାଲିଛି।