Odisha Link
Bridging the Missing Links in Odisha

ଉତ୍ସବ ମୁଖର ଶ୍ରୀକ୍ଷେତ୍ର; ଆଉ କିଛି ସମୟ ପରେ ଲୋକାର୍ପଣ ହେବ ପରିକ୍ରମା ପ୍ରକଳ୍ପ

ଓଏଲ୍‌ ବ୍ୟୁରୋ: ରୂପାନ୍ତରଣର ସ୍ପର୍ଶରେ ସଜେଇ ହୋଇଛି ପୁରୀ ବଡଦାଣ୍ଡ। ଉତ୍ସବ ମୁଖର ହୋଇଛି ପୁରପଲ୍ଲୀ। ଆଜି ଲୋକାର୍ପଣ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ନିମନ୍ତ୍ରଣ ରକ୍ଷା କରି ସମସ୍ତେ ଆସିଛନ୍ତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଦିଲ୍ଲୀ, ଉଜ୍ଜୟିନୀ, ଦୁବାଇ, ଆମେରିକା, ଅଷ୍ଟ୍ରେଲିଆରୁ ଆସିଛନ୍ତି। ସବୁ ଜଗନ୍ନାଥ ମନ୍ଦିରରୁ ପୂଜକଙ୍କୁ ନିମନ୍ତ୍ରଣ କରାଯାଇଛି। ଐତିହ୍ୟ ସହ ସମସ୍ତଙ୍କୁ ଯୋଡ଼ି ରଖିବା ପ୍ରୟାସ ଜାରି ରହିଛି। ଭକ୍ତ ଓ ଭଗବାନଙ୍କ ମିଳନ ହେଉଛି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ସମସ୍ତେ ଭଲ ଅନୁଭୂତି ନେଇ ଫେରନ୍ତୁ ବୋଲି ରଞ୍ଜନ ଦାଶ କହିଛନ୍ତି। କେବଳ ଆଜି ଦିନକ ପାଇଁ ନୁହେଁ ସବୁଦିନ ସୁବିଧା ମିଳୁ ବୋଲି ଲକ୍ଷ୍ୟ ରଖାଯାଇଛି।

ଅନ୍ୟପଟେ, ଆଜି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ରୂପାନ୍ତରଣର ସ୍ପର୍ଶରେ ସଜେଇ ହୋଇଛି ପୁରୀ ବଡଦାଣ୍ଡ। ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ୩ ଦିନ ଧରି ଚାଲିଛି ମହାଯଜ୍ଞ। ମନ୍ତ୍ରଧ୍ବନୀରେ କମ୍ପୁଛି ଶ୍ରୀକ୍ଷେତ୍ର। ରାଜା ଗଜପତି ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ। ଆଉ କିଛି ସମୟ ପରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ।

Leave A Reply

Your email address will not be published.