ପୁଣିଥରେ ଜଳ ଜାହାଜ ଉପରେ ଡ୍ରୋନ ଆକ୍ରମଣ: ଉଚିତ୍ ଜବାବ ଦେଲା ଭାରତୀୟ ନୌସେନା

ଓଏଲ୍ ବ୍ୟୁରୋ: ପୁଣିଥରେ ଜଳ ଜାହାଜ ଉପରେ ଡ୍ରୋନ ଆକ୍ରମଣ ହୋଇଥିବା ଜଣା ପଡିଛି। ଆକ୍ରମଣ ଦ୍ୱାରା ଜାହାଜରେ ନିଆଁ ଲାଗିଯାଇଥିଲା। ହେଲେ ସମୟ ପୂର୍ବରୁ ନିଆଁକୁ ଆୟତ କରାଯାଇଛି। ପରେ ଭାରତୀୟ ନୌସେନା ତରଫରୁ ୱାରସିପ୍ ବିଶାଖପାଟନମକୁ ପଠାଯାଇଥିଲା। ସମୁଦ୍ର ଭିତରେ ହୁତି ବିଦ୍ରୋହୀ ଓ ଜଳ ଦସ୍ୟୁଙ୍କ ଏଭଳି ଆକ୍ରମଣ ଭାରତ ଉପରେ ମଧ୍ୟ ପ୍ରଭାବ ପଡୁଛି। ଉଭୟ ଗୋଷ୍ଠୀ ଅନେକ ସମୟରେ ଭାରତ ଆସୁଥିବା ଜାହାଜଗୁଡିକୁ ଟାର୍ଗେଟ୍ କରୁଛନ୍ତି। ଭାରତୀୟ ନୌସେନାର ସୂଚନା ମୁତାବକ ବୁଧବାର ରାତି ୧୧ ଟାରେ ଡ୍ରୋନ ଆକ୍ରମଣ ଖବର ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ସୂଚନା ଥାଉକି, ଭାରତୀୟ ନୌସେନାର ସୂଚନା ମୁତାବକ ଗତକାଲି ରାତି ୧୧ ଟା ବେଳେ ଏଭଳି ଡ୍ରୋନ ଆକ୍ରମଣ କରାଯାଇଛି। ଜାହାଜରେ ମୋଟ ୨୨ ଜଣ କ୍ରୁୃ୍ୟ ମେମ୍ବର ରହିଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣ ଭାରତୀୟ ଥିଲେ। ଜାହାଜ ଉପରେ ମାଶର୍ନ ଆଇଲାଣ୍ଡର ପତାକା ଲାଗିଥିଲା। ଆକ୍ରମଣରେ କୌଣସି କ୍ୟୁ ମେମ୍ବରଙ୍କର କିଛି କ୍ଷତି ହୋଇ ନଥିବା କୁହାଯାଇଛି। ତେବେ ପୂର୍ବରୁ ଭାରତୀୟ ଜାହାଜ ଅପହରଣ ହୋଇଥିବା ସୂଚନା ମିଳିଥିଲା।