କୋଚିଂ ସେଣ୍ଟର ପାଇଁ ନୂଆ ନିୟମ; ଲୋଭନୀୟ ପ୍ରତିଶ୍ରୁତି ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଓଏଲ୍ ବ୍ୟୁରୋ: କୋଚିଂ ସେଣ୍ଟର ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସର୍ବନିମ୍ନ ମାନ ପାଇଁ ଗାଇଡଲାଇନ ଜାରି କରାଯାଇଛି। ୧୬ ବର୍ଷରୁ କମ୍ ବୟସ ପିଲାଙ୍କୁ ନେଇପାରିବେନି କୋଚିଂ ସେଣ୍ଟର। ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ।
ଗ୍ରାଜୁଏସନଠାରୁ କମ୍ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେନି। ଭଲ ରାଙ୍କ କିମ୍ବା ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେବାକୁ ମନା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ କୋଚିଂ ସେଣ୍ଟର ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରାଯାଇଛି। ଯଦି କୌଣସି କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେବେ, ତାହାଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।